ବ୍ରହ୍ମମୁହୁର୍ତ୍ତର ଧ୍ୟାନ ସମସ୍ତ ସଫଳତାର ସୋପାନ

ବ୍ରହ୍ମ ମୁହୂର୍ତ୍ତ।

ଏହି ସମୟରେ ଆମ ବ୍ରହ୍ମାଣ୍ଡିୟ ଶକ୍ତି ସହିତ ନିଜର ସକାରାତ୍ମକ ଇଚ୍ଛା ପୂର୍ଣ୍ଣ କରିପାରିବା। ଏହି ସମୟର ଧ୍ୟାନ ବ୍ରହ୍ମାସ୍ତ୍ର ସ୍ଵରୂପ ଆମର ଲକ୍ଷ୍ୟ ଭେଦ କରିପାରିବ। ବ୍ରହ୍ମ ମୁହୂର୍ତ୍ତ ସୂର୍ଯ୍ୟଦୋୟର ଏକଘଣ୍ଟା ଛତିଶ ମିନିଟ ପୂର୍ବରୁ ଅର୍ଥାତ ଛୟାନବେ ମିନିଟ ପୂର୍ବରୁ ଆରମ୍ଭ ହୋଇଥାଏ। ଓ ବିଶେଷ ଭାବରେ ଏହା ୪:୨୪ ରୁ ୬:୦୦ ପର୍ଯ୍ୟନ୍ତ ଆମ ମାନିଥାଉ ବା ଆମର ବିଶ୍ୱାସ ଅଛି। ଆମର ରାତ୍ରରେ ୪ ଗୋଟି କାଳ ଅଛି ବୋଲି ବିଶ୍ୱାସ ଅଛି। ଯେମିତି କି:
*ରୁଦ୍ରକାଳ: ସନ୍ଧ୍ୟା ୬ ରୁ ରାତି
*ରାକ୍ଷସ କାଳ: ରାତ୍ର ୯ ରୁ ୧୨
*ଗନ୍ଧର୍ବ କାଳ: ରାତ୍ର ୧୨ ରୁ ପୂର୍ବାହ୍ନ ୩
ମାହେନ୍ଦ୍ର କାଳ: ପୂର୍ବାହ୍ନ ୩ ରୁ ପୂର୍ବାହ୍ନ ୬
ଏହି କାଳକୁ ଆମେ ମନୋହର କାଳ ବା ବ୍ରହ୍ମ ମୁହୂର୍ତ୍ତ ମଧ୍ୟ କହିଥାଉ। ଯଦି ଆମ ଭୋର ୩-୬ ମଧ୍ୟରେ ଶଯ୍ୟାତ୍ୟାଗ କରୁଛେ ତ ବହୁତ ଭଲ। ଏହାକୁ ଅମୃତ କାଳ ମଧ୍ୟ କୁହାଯାଏ। ବ୍ରହ୍ମମୁହୂର୍ତ୍ତ ର ଅର୍ଥ ଯଦି ଆମ ଜାଣିବାକୁ ଚାହୁଁଛେ ତ ବ୍ରହ୍ମ ର ଅର୍ଥ ଦେବ ବ୍ରହ୍ମ ର ଅର୍ଥ ଜ୍ଞାନ ଏବଂ ସେ ଜ୍ଞାନ ର ଦେବ। ମୁହୂର୍ତ୍ତ ହେଉଛି ସମୟ। ଏହା ଏକ ଏମିତି ସମୟ ଯେଉଁ ସମୟରେ ଆମ ଜ୍ଞାନ କୁ ବୁଝିବାପାଇଁ ପ୍ରୟାସ କରୁଛେ। ଜ୍ଞାନ କୁ ବୁଝିବାର ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ବ୍ରହ୍ମମୁହୂର୍ତ୍ତ ରେ ବ୍ରହ୍ମାଣ୍ଡରେ ଦେବଶକ୍ତି ବିଚରଣ ହୁଏ।
ଯଦି ଏ ସମୟରେ ଆପଣଙ୍କ ନିଦ ଅଚାନକ ଭାଙ୍ଗୁଛି ତ ବୁଝନ୍ତୁ ଏହି ବ୍ରହ୍ମାଣ୍ଡିୟଶକ୍ତି ଆପଣଙ୍କ ସହିତ ସମ୍ପର୍କ ରଖିବା ପାଇଁ ଚାହୁଁଛି କିଛି ସକାରାତ୍ମକ ସନ୍ଦେଶ ଦେବାପାଇଁ ଚାହୁଁଛି।
ଏହି ସମୟରେ ଆମ ଯଦି ଧ୍ୟାନ କରୁଛେ ତ ଆମ ସେହି ଶକ୍ତି ସହିତ ଯୋଡ଼ି ହୋଇ ପାରୁଛେ, କେବଳ ଏଥିପାଇଁ ସବୁ ଧର୍ମର ଉପାସନା ପୀଠର ଯେମିତି ମନ୍ଦିର, ମସଜିଦ ଓ ଗିର୍ଜା ଇତ୍ୟାଦି ଏହି ସମୟରେ ଖୋଲିଯାଏ।
ଏହି ସମୟରେ ସମସ୍ତ ନକାରାତ୍ମକ ଶକ୍ତି ସୁପ୍ତ ଅବସ୍ଥାରେ ଓ ସକରାତ୍ମକ ଶକ୍ତି ଜାଗ୍ରତ ଅବସ୍ଥାରେ ଥାଏ। ଏହି ସମୟରେ ବହୁଥିବା ବାୟୁକୁ ଅମୃତ ବାୟୁ ମଧ୍ୟ କୁହାଯାଏ।
ଏହି ସମୟରେ ଆମ ନିଦରୁ ଉଠୁଥିବାରୁ ଆମର ମନ ଓ ମସ୍ତିସ୍କର କ୍ରିୟା ମଧ୍ୟ ଶାନ୍ତ ରହିଥାଏ। ଏହି ସମୟ ଯୋଜନା, ଅଧ୍ୟୟନ, ଧ୍ୟାନ ଓ ଅନ୍ତର୍ନିହିତ ଶକ୍ତିକୁ ଶକ୍ତିଶାଳୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ।
ତେଣୁ ଆସନ୍ତୁ ଆଜି ହିଁ ନିଷ୍ପତ୍ତି ନିଅନ୍ତୁ ପ୍ରତ୍ୟେକ ଦିନ ଭୋର ୪:୫୫ ରୁ ଆମ ସମସ୍ତେ ମିଳିତ ଭାବରେ ପ୍ରାର୍ଥନା,ଧ୍ୟାନ, ପ୍ରକ୍ରିୟାରେ ନିଜକୁ ସାମିଲ କରି ଏକ ସକରାତ୍ମକ ବିକାଶ ଓ ବିଭବ କୁ ଆକର୍ଷିତ କରିବା। ଧନ୍ୟବାଦ।

ଆସନ୍ତୁ ଆମେ ଏହି WHATSAPP GROUP ରେ ଯୋଗଦେଇ ସମସ୍ତେ ଏହି ବ୍ରାହ୍ମମୁହୁର୍ତ୍ତ ଧ୍ୟାନର ସୁଯୋଗ ନେବା।